ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ ହୋଇଛି । ଏହି ଅବସରର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ରାଜ୍ୟରେ ଥିବା ମହିଳା ଆୟୋଗ ଏବେ କ୍ଷମତା ଏବେ ସମ୍ପନ୍ନ ହେବ । ମହିଳା ଆୟୋଗ ସମନ ଜାରି ଡାକିବା ସହିତ ଏଣିକି ଦଣ୍ଡିତ କରିବାର ମଧ୍ୟ ଅଧିକାର ପାଇବ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି । ସେ ଅଧିକାର ସରକାର ଦେବେ ଏବଂ ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ । Post navigation ପଞ୍ଜିକାରେ ଭୁଲ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ସହଦେବ ନାୟକ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କଲେ ସଫେଇ କର୍ମୀ