ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସିରିଜ୍ ଜିତିଲା ଭାରତ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୦୪ ରନ୍ କରି ଅଲଆଉଟ ହୋଇଥିବା ବେଳେ ଭାରତ ସମ୍ମୁଖରେ ରହିଥିଲା ୩୦୫ ରନର ଟାର୍ଗେଟ ।ବିଜୟ ଲକ୍ଷ୍ୟକୁ ଭାରତ ୪୪.୩ ଓଭରରେ ୬ ୱିକେଟ୍ ହରାଇ ୩୦୮ ରନ କରି ବିଜୟ ହାସଲ କରି ନେଇଛି ଭାରତ। ମ୍ୟାଚରେ ସବୁଠୁ ଆକର୍ଷଣ ରହିଥିଲା ରୋହିତ ଶର୍ମା ଚଉକା ଛକା। ଆଜି ରୋହିତ ଶର୍ମା ଦିନିକିଆରେ ୩୨ତମ ଶତକ ହାସଲ କରିଛନ୍ତି । ସେ ୯୦ଟି ବଲ୍ ଖେଳି ୧୧୯ ରନ୍ କରି ଆଉଟ୍ ହୋଇଥିଲେ । ଯେଉଁଥିରେ ୭ଟି ଛକା ଓ ୧୨ଟି ଚଉକା ସାମିଲ ଅଛି । ଅନ୍ୟପକ୍ଷରେ ମ୍ୟାଚ ମଝିରେ ଲାଇଟ୍ ସମସ୍ୟା ପାଇଁ କିଛି ସମୟ ମ୍ୟାଚରେ ବାଧା ଉତ୍ପନ୍ନ ହୋଇଥିଲା । ରୋହିତ ଶର୍ମା ଓ ଉପ ଅଧିନାୟକ ଶୁବମନ ଗିଲ୍ ଦମଦାର ଆରମ୍ଭ କରିଥିବା ସମୟରେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ । Post navigation ବାରବାଟୀରେ ବିଜୁଳି ବିଭ୍ରାଟ; ଘୋର ଲଜ୍ଜା ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର