ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି ।  ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । କିନ୍ତୁ ଅଗ୍ନିକାଣ୍ଡରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଛି । ତେବେ ନିଆଁ କେମିତି ଲାଗିଛି, ତାହା ଏଯାଏଁ ଜଣାପଡିନାହିଁ ।

ସୂଚନା ଯୋଗ୍ୟ; ମହାକୁମ୍ଭର ସେକ୍ଟର ୧୮ ଶଙ୍କରାଚାର‌୍ୟ୍ୟ ମାର୍ଗରେ ଥିବା ହରିହରା ନନ୍ଦ ତମ୍ବୁରେ ଆଜି ସକାଳୁ ହଠାତ୍ ନିଆଁ ଲାଗିଥିଲା । ତମ୍ବୁରେ ଥିବା ସମସ୍ତ ଶ୍ରଦ୍ଧାଳୁ ତୁରନ୍ତ ବାହାରକୁ ଚାଲି ଆସିଥିଲେ । ସେଠାରେ ନିୟୋଜିତ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ପୋଲିସ କହିଛି । ସବୁକିଛି ନିୟମନ୍ତ୍ରଣରେ ଥିବାବେଳେ ଦୌଡ଼ାଦୌଡ଼ି ନ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *