ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ଆଜି ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୨୧ରୁ ଆରମ୍ଭ ହେବାକୁଥିବା ବେଳେ ୧୨ତାରିଖରୁ ୧୯ ଭିତରେ ସବୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ଏହା ସହ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ । କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ତାହା ହେଇ ସଙ୍ଗେ ସଙ୍ଗେ ସ୍ପଷ୍ଟ ଜଣାପଡ଼ିବ ।

ଆଉ ମଧ୍ୟ କୁହାଯାଉଛି ଚଳିତ ବର୍ଷ ତ୍ରୁଟି ଶୂନ୍ୟ ପରୀକ୍ଷା ପରିଚାଳନାର ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ଥିବା ବେଳେ ୩୧୪ଟି ନୋଡାଲ ସେଣ୍ଟର ରହିଛି । ସବୁ ସେଣ୍ଟରରେ ସିସିଟିଭି ଲାଗିଛି, ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା  କରାଯାଇଛି । ପରୀକ୍ଷା ଦିନ ସକାଳ ୭ଟା ୩୦ରେ ନୋଡାଲ ସେଣ୍ଟରୁ ପ୍ରଶ୍ନ ପତ୍ର ଯାଇ ପରୀକ୍ଷା କେନ୍ଦ୍ରରେ ପହଁଚିବ । ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ଏହା ସହ ମୋବାଇଲ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କେବଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍ ମୋବାଇଲ୍ ନେଇପାରିବେ । କିନ୍ତୁ କୌଣସି ପରୀକ୍ଷା ନୀରିକ୍ଷକ ମୋବାଇଲ ନେଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *