Exit Polls predict BJP could make comeback in Delhi

୨୭ ବର୍ଷ ପରେ ପୁଣି ଥରେ ବିଜେପି ଦିଲ୍ଲୀ ଦଖଲ କରିବ! ୯ଟି ଏକଜିଟ୍ ପୋଲ୍‌ ଫଳାଫଳ କହୁଛି, ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି କଡ଼ ଲେଉଟାଇବ ଇତିହାସ ।

ଦିଲ୍ଲୀର ୭୦ ବିଧାନସଭା ଆସନର ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍‌ର ଆକଳନ କହୁଛି, ଏଥର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାକୁ ଯାଉଛି ।

MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି Chanakya STRATEGIES ର ରିପୋର୍ଟ ଅନୁସାରେ ଆପ୍‌ ୨୫-୨୮, ବିଜେପି ୩୯-୪୪ ଓ କଂଗ୍ରେସ ୨-୩ ଟି ସିଟ୍‌ରେ ବାଜିମାତ କରିପାରେ ।

ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀର ସମସ୍ତ ୭୦ଟି ଆସନରେ ୫୭.୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *