ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଦେଶର ଯୁବବର୍ଗଙ୍କୁ ଚାକିରିର ଘୋର ଆବଶ୍ୟକତା ଥିବାବେଳେ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅନିୟନ୍ତ୍ରିତ ମୂଲ୍ୟବୃଦ୍ଧି ହେଉଥିବାବେଳେ ୨୦୨୫ ବଜେଟରେ ଦେଶ ସମ୍ମୁଖୀନ ହେଉଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ ହୋଇନାହିଁ ବୋଲି କହିଛନ୍ତି ବିଜେଡି ସଭାପତି । ସେ ପୁଣି କହିଛନ୍ତି ଯେ ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଆସୁଛି । ବଜେଟରେ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ବେଳେ ପୁଣି ଥରେ ଓଡ଼ିଶାର ପ୍ରକୃତ ଦାବିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । Post navigation ବଜେଟ ୨୦୨୫: ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ବଜେଟ-୨୦୨୫ ରେ ‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି: ମନମୋହନ ସାମଲ