ଆଜି ବଜେଟ୍ ଉପସ୍ଥାପନ ସମୟରେ ବଡ ଘୋଷଣା କରିଛନ୍ତି ସୀତାରମଣ । ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିବା ବେଳେ ଆସନ୍ତା ସପ୍ତାହରେ ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ଏଥର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ବଡ଼ ଘୋଷଣା କରିଛନ୍ତି । ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବ । ଏହା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦ୍ବାରା ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।  ଏହା ସହ ଆଗାମୀ ସପ୍ତାହରେ ନୂତନ ଆୟକର ବିଲ୍ ଉପସ୍ଥାପନ କରାଯିବ । ଆୟକର ପାଇଁ ନୂଆ ଆଇନ ପ୍ରଣୟନ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *