ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୧୯୯୧ ବ୍ୟାଚର ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ପ୍ରଦାନ କରିଛନ୍ତି

ଆସନ୍ତା ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ କିପରି ସୁରୁଖୁରରେ ସମାପନ ହେବ ଏହା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ନୂତନ କମିଶନର ମଧୁସୂଦନ ପାଢ଼ୀ ।

Leave a Reply

Your email address will not be published. Required fields are marked *