ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୟୁନିୟନ ବଜେଟ୍ ୨୦୨୫-୨୬ ର ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଏହି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ମା’ ଲକ୍ଷ୍ମୀଙ୍କ ବନ୍ଦନା ପଢ଼ି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ସବୁ ଗରିବ ଓ ମଧ୍ୟବିତ୍ତଙ୍କ ପ୍ରତି ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହୁ । ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ କ୍ଷେତ୍ରରେ ଅଗ୍ରସର ହେଉ ।  ଆମ ଗଣତନ୍ତ୍ର୭୫ ବର୍ଷ ପୂରଣ କରିଛି। ଦେଶର ଜନତା ମୋତେ ତୃତୀୟ ଥର ପାଇଁ ଏହି ଦାୟିତ୍ୱ ଦେଇଛନ୍ତି। ଏହି ତୃତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ସ୍ବାଧିନତାର ଶହେ ବର୍ଷ ପୂର୍ତ୍ତିରେ ବିକଶିତ ଭାରତ ନୂଆ ଉର୍ଜା ଦେଖିବ । ୨୦୪୭ରେ ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେତେବେଳେ ଦେଶ ନେଇଥିବା ବିକଶିତ ଭାରତର ସଂକଳ୍ପ ଚଳିତ ବଜେଟ ଅଧିବେଶନରେ ପୂରଣ ହେବ ଏବଂ ଏହି ବଜେଟ୍ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏ ବର୍ଷର ବଜେଟ ନୂଆ ଉର୍ଜା ସହ ଐତିହାସିକ ହେବ । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଶନ ମୋଡ୍‌ରେ କାମ ଚାଲିଛି । ୧୪୦ କୋଟି ଦେଶବାସୀ ସାମୂହିକ ଉଦ୍ୟମ ରେ ଏହି ସଂକଳ୍ପକୁ ପୂରଣ କରିବେ।

Leave a Reply

Your email address will not be published. Required fields are marked *