ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱକୁ ଶାନ୍ତି,ଅହିଂସା ଓ ମୈତ୍ରୀ ର ବାର୍ତ୍ତା ଦେଇଛି । ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଂକୁ ମୋର ସମ୍ମାନ ଜଣାଉଛି। ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ନବୀନ ପଟ୍ଟନାୟକ କହିଛନ୍ତି ଆମ ସମ୍ବିଧାନ ହେଉଛି ଏକତା ର ଗ୍ରନ୍ଥ। ବହୁ ଭାଷା ଧର୍ମ ଜାତି କୁ ନେଇ ଗଠିତ ଭାରତ କୁ ଏକତା ସୂତ୍ର ରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି। Justice, liberty,fraternity and equality are the pillars of our constitution । Federalism is the bedrock of our unity । ଆମ ସମ୍ବିଧାନ ରାଜ୍ୟ ଗୁଡିକ ର ଅଧିକାର କୁ ସୁରକ୍ଷିତ ରଖିଛି। ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ ନିର୍ଦେଶ । ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । In the last seven decades India has scripted many success stories and odisha s contribution is no less significant.2000 ରୁ 2024 ମଧ୍ୟରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ milestone ହାସଲ କରିଛି । ଏଵେ ଭାରତ ସରକାର ଙ୍କ ନୀତି ଆୟୋଗ ଆମ କାମକୁ ସ୍ୱୀକୃତି ଦେଇଛନ୍ତି । Financial health index କ୍ଷେତ୍ରରେ ଓଡିଶା ଏକ ନମ୍ବର ହୋଇଛି । ବିକାଶ ସବୁବେଳେ ଆମର focus ହୋଇ ରହିଛି ଓ ରହିବ। ମୋର ଅନୁରୋଧ ଆପଣ ମାନେ ଓଡିଶାବାସୀଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟନାୟକ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ନବୀନ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏକାମ୍ର ଗାନ୍ଧୀ ସ୍ବର୍ଗତ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ନାତୁଣୀ ମିତ୍ରା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଜେଡି ସମନ୍ୱୟ କମିଟି ର ଅଧକ୍ଷ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା । ବିଧାୟକ ସୁଶାନ୍ତ ରାଉତ। ମେୟର ସୁଲୋଚନା ଦାସ । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ଜନସାଧାରଣ ଯୋଗ ଦେଇଥିଲେ । Post navigation ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗିଲା ବିଜେଡି; ଜାରି ହେଲା ବିଜ୍ଞପ୍ତି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ