ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ।ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଜରିଆରେ ସନ୍ଧାନ ଆରମ୍ଭ କରିଦେଇଛି ।

ଅନ୍ୟପଟେ ସାମନ୍ତରାପୁର ଗଙ୍ଗୁଆନାଳରୁ ମିଳିଛି ଏୟାରଫିଲ୍ଡ ଥାନା ଶ୍ରୀରାମନଗରରୁ ଲୁଟ୍‌ ହୋଇଥିବା ଏଟିଏମ୍ । ନାଳରେ ଭଙ୍ଗା ଅବସ୍ଥାରେ ମିଳିଲା ଏଟିଏମ୍ । ଏଟିଏମରୁ ଟଙ୍କା ଲୁଟ୍‌ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ ।

ସୂଚନା ଯୋଗ୍ୟ; ଗତକିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଜାତୀୟ ରାତପଥ-୫୫ ପାଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌କୁ ତାଡି ଟଙ୍କା ବାହାର କରିଦେଇଥିଲେ। ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ।

Leave a Reply

Your email address will not be published. Required fields are marked *