ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ ନୂଆ ସହର ହେବ । ନୂଆ ମଡେଲରେ ହେବ ସହର । ଏନେଇ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଭୁବନେଶ୍ବରରେ ନୂଆ ମଡେଲର ସହର ତିଆରି ହେବ । ଆଗକୁ ଭୁବନେଶ୍ୱର ଭଳି ଅନ୍ୟ କର୍ପୋରେସନରେ ମଧ୍ୟ ଏଭଳି ଯୋଜନା ପାଇଁ ଚେଷ୍ଟା କରାଯିବ । ଅଧିକରୁ ଅଧିକ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ରିଙ୍ଗରୋଡ ସହ ରାସ୍ତାର ପ୍ରଶସ୍ତୀକରଣ କରାଯିବାକୁ ଯୋଜନା ରହିଛି । ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଭୁବନେଶ୍ୱର, କଟକ ଏବଂ ପୁରୀକୁ ନେଇ ଏକ ଟ୍ରାଇ-ସିଟି ବିକାଶ କରିବାର କଳ୍ପନା ମଧ୍ୟ କରିଛନ୍ତି। ଏହା ବ୍ୟତୀତ କଟକରେ ମହାନଦୀ ନଦୀକୂଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପର୍ଯ୍ୟନ୍ତ, ବର୍ତ୍ତମାନ ଏକକାଳୀନ ଅନେକ ଯୋଜନା ଚାଲିଛି। Post navigation ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ