ଆଜି ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା ହ୍ରଦର ସାତପଡ଼ା ଓ ବାଲୁଗାଁ ରେଞ୍ଜରେ ବିଭିନ୍ନ ସ୍ଥାନରେ ୧୮ଟି ଟିମ୍ ନିୟୋଜିତ କରାଯାଇଛି । ଏଥିରେ ବାଲୁଗାଁ ବନଖଣ୍ଡର ୧୦ ଓ ସାତପଡ଼ାର ୮ଟି ଟିମ୍ ସାମିଲ ରହିଛନ୍ତି। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ ୨୦ , ୨୧ , ୨୨ ତାରିଖ ପର୍ଯ୍ୟନ୍ତ ଏହି ଡଲ୍ଫିନ୍ ଗଣନା କାର୍ଯ୍ୟ କରାଯିବ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଡଲଫିନ୍ ଗଣନା କରାଯିବ ବୋଲି ସୂଚନା ମିଳିଛି । ଏଥିରେ ଓୟୁଏଟିର ଛାତ୍ରଛାତ୍ରୀ, ପରିବେଶବିତ୍, ବନ ବିଭାଗ ଓ ସିଡିଏ କର୍ମଚାରୀ ସାମିଲ ହୋଇଛନ୍ତି । ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ଡଲ୍ଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍ର ଗଣନା କରାଯାଉଛି । ଡଲଫିନ ଗଣନା ପାଇଁ ଡଙ୍ଗା ଓ ଭସାପୋଲ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଦୁଇଟି ମାଧ୍ୟମରେ ଗଣନା କରାଯିବ । ନିୟୋଜିତ ବୋଟ ଉପରେ ରହି ଡଲଫିନ୍ ଗଣନା କରାଯାଉଛି। ସେହିପରି ପାଣି ଭିତରେ ଏକ ଡିଭାଇସ୍ ସାହାଯ୍ୟରେ ଡଲଫିନକୁ ରେକର୍ଡ କରାଯାଉଛି । ଏହା ପରେ ଉଭୟ ରିପୋର୍ଟକୁ ଅନୁଧ୍ୟାନ କରାଯିବା ପରେ ଡଲଫିନ୍ ସଂଖ୍ୟା ଜଣାପଡ଼ିବ ବୋଲି ଗଣନା ଟିମର ଜଣେ ସଦସ୍ୟ କହିଛନ୍ତି । Post navigation ଗୋପାଳ ବନ୍ଧୁକର ଫରେନସିକ୍ ରିପୋର୍ଟରେ ବି ହେରାଫେରି ! ଶୀତରେ କଲବଲ ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା