ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରିଛି ଇସ୍ରୋ ।ଏହି ମିଶନ୍ ଲଞ୍ଚ ସହିତ ମହାକାଶକୁ ଗଲା ୨ଟି ସ୍ପେଶକ୍ରାଫ୍ଟ । ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହି ମିଶନ ସଫଳ ହେଲେ ସ୍ପେଶ ଡକିଂରେ ଚତୁର୍ଥ ଦେଶ ହେବ ଭାରତ । Post navigation ଆକାଶରେ ଘଟିବ ବିରଳ ଘଟଣା; ଆସନ୍ତାକାଲି ଆକାଶରେ ଦେଖାଯିବ କଳା ଜହ୍ନ ଜୁନ ୨୦୨୫ ସୁଦ୍ଧା ଶେଷ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ