ନିର୍ଭୟର ଖବର ପାଣ୍ଡିଆନଙ୍କ ନିଦ ହଜେଇଦେଇଥିବା ଭଳି ମନେ ହେଉଛି । ନିର୍ଭୟରେ ପ୍ରସାରିତ ହେବା ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ (ଭି.କେ ପାଣ୍ଡିଆନ) ଇନଷ୍ଟା ରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର x ଆକାଉଣ୍ଟ ନାହିଁ । ନକଲି ଆକାଉଣ୍ଟରେ ତାଙ୍କ ନାଁ ଓ ଫଟୋର ଅପବ୍ୟବହାର ହେଉଛି ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପରିଗଣିତ ହେଉଛି । ହେଲେ ପ୍ରଶ୍ନ ଉଠୁଛି ଏହା କାହାର ଏକାଉଣ୍ଟ ଏବଂ ୨୦୨୩ ରୁ ପାଣ୍ଡିଆନଙ୍କ ନାଁରେ ଖୋଲାଯାଇଥିଲେବି, ବର୍ଷେ ଧରି ଆଇଟି ବିଭାଗର ପୂର୍ବତନ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଠୁ ଆରମ୍ଭ କରି ବିଜେଡି ନେତା ଓ କର୍ମୀ ଏହି ଏକାଉଣ୍ଟ କୁ ଫୋଲୋ କରୁଥିଲେ ବି କାହିଁକି ବିଜେଡି ଚୁପ ବସିଛି? କ୍ୟାବିନେଟ ମନ୍ତ୍ରୀ ମାନେ ସେ ଆଇଡି କୁ ସିଏମଓ ସହ ଟ୍ୟାଗ୍ କରୁଥିଲେ । ସେତେବେଳେ କାହିଁକି ବିଜେଡି କିମ୍ବା ପାଣ୍ଡିଆନ କୌଣସି ପ୍ରତିକ୍ରିୟା ଦେଲେନାହିଁ ? ଏହି ଏକାଉଣ୍ଟ ରେ ପେରୋଡି କିମ୍ବା ଫ୍ୟାନ କ୍ଲବ ବି ଲେଖା ହୋଇନି ।ବର୍ଷେ ପରେ ହଠାତ କେମିତି ପାଣ୍ଡିଆନଙ୍କ ଚେତା ପଶିଲା? ତଥାପି ଯିଏ ଏହି ଏକାଉଣ୍ଟ ଖୋଲିଛି ତାହା ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି? Post navigation ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ