ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ । ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଲହରି ଖେଳି ଯାଇଥିବା ବେଳେ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷିତ କରିଛନ୍ତି । ଏଥିସହ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ ଘୋଷଣା କରାଯାଇଛି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ଗତକାଲି ପୂର୍ବାହ୍ନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ ବୋଲି ସୂଚନା ଦିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କଂଗ୍ରେସ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛି । କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ସମ୍ମାନରେ ସ୍ଥାପନା ଦିବସ ସମାରୋହ ସହ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମ ସାତ ଦିନ ପାଇଁ ରଦ୍ଦ କରାଯାଉଛି । ପାର୍ଟିର ସବୁ କାର୍ଯ୍ୟକ୍ରମ ଆସନ୍ତାବର୍ଷ ଜାନୁଆରୀ ୩ରୁ ଆରମ୍ଭ ହେବ । ଶୋକର ଏହି ସମୟରେ ପାର୍ଟିର ପତାକା ମଧ୍ୟ ଅର୍ଦ୍ଧନିମିତ ରହିବ । Post navigation ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି ବର୍ଷାରେ ଭିଜିବ ରାଜ୍ୟ; ଆସୁଛି ଆଉ ଏକ ଲଘୁଚାପ !