ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏଁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟରେ ପାଗ କୋହଲା ରହିଥିଲା। ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିରରେ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବ। ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢିବ। Post navigation ବିଷ୍ଣୁପଦ ମାମଲାରେ ସିବିଆଇକୁ ଯିବେ କି ସରକାର ? ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ