‘ୱାନ ନେସନ, ୱାନ ଇଲେକ୍ସନ’ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିସ୍ତୃତ ଆଲୋଚନା ପାଇଁ ଏହି ବିଲ୍ ମିଳିତ ସଂସଦୀୟ କମିଟି ନିକଟକୁ ପଠାଯାଇପାରେ। ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ଏହି ବିଲ୍ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ। ପରେ ଏହା ସଂସଦ ଦ୍ୱାରା ପାରିତ ହେବ।

ୱାନ ନେସନ, ୱାନ ଇଲେକ୍ସନ’ ଅଧୀନରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକାସାଙ୍ଗରେ କରାଯିବା ଉଚିତ୍। ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନର ଏକକାଳୀନ ଆୟୋଜନ ହେବାର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ କରାଯିବାକୁ କମିଟି ସୁପାରିଶ କରିଛି।

ପୂର୍ବରୁ ‘ୱାନ ନେସନ, ୱାନ ଇଲେକ୍ସନ’ ଉପରେ କୋବିନ୍ଦ କମିଟି ରିପୋର୍ଟକୁ ଗତ ସେପ୍ଟେମ୍ବର ୧୮ରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ୨୦୧୯ ରେ ୭୩ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଷୟରେ କହିଥିଲେ। ସେ କହିଥିଲେ ଯେ ଦେଶର ଏକୀକରଣ ପ୍ରକ୍ରିୟା ସର୍ବଦା ଜାରି ରହିବ। ସେବେଠାରୁ ଅନେକ ଥର ବିଜେପି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଷୟରେ କହୁଛି। ଏହି ଧାରଣା ଉପରେ ଆଧାରିତ ଯେ ଲୋକସଭା ଏବଂ ଦେଶର ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏକକାଳୀନ ନିର୍ବାଚନ ହେବା ଉଚିତ୍।

Leave a Reply

Your email address will not be published. Required fields are marked *