ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ସରକାର ଆଜି ଏକ କମିଟି ଗଠନ କରିଛନ୍ତି।

ରାଜ୍ଯରେ ଏହି କାର୍ଯ୍ଯକ୍ରମର ଉତ୍ତମ କାର୍ଯ୍ଯକାରିତା ପାଇଁ କମିଟି ଆବଶ୍ଯକ ପ୍ରସ୍ତାବ ସୁପାରିଶ କରିବ ବୋଲି ବିଦ୍ୟାଳୟ ଏବଂ ଗଣ ଶିକ୍ଷା (ଏସ୍ ଆଣ୍ଡ ଏମ୍ଇ) ବିଭାଗ ଆଜି ଏକ ବିଜ୍ଞପ୍ତିରେ କହିଛି।ରାଜ୍ଯ ନୋଡାଲ ଅଫିସର, ପି. ଏମ. ପୋଷଣ, ଓଡ଼ିଶା ଏହି କମିଟିର ଅଧ୍ଯକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ନ୍ୟୁଟ୍ରିସନ୍, ହାଇଦ୍ରାବାଦ ଏବଂ ବିଶ୍ୱ ଖାଦ୍ଯ କାର୍ଯ୍ଯକ୍ରମର ପ୍ରତିନିଧିମାନଙ୍କୁ ଏହି କମିଟିରେ ସଦସ୍ଯ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗର ପ୍ରତିନିଧି ଏବଂ ଓଡ଼ିଶାର ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କମିଟିର ସଦସ୍ଯ ଭାବେ ମନୋନୀତ କରାଯାଇଛି। ଏଥି ସହିତ, ପିଏମ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ (ଏମଡିଏମ) ପାଇଁ ସାମଗ୍ରୀ ମୂଲ୍ଯ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୭୪ ପଇସା ଏବଂ ୧.୧୨ ଟଙ୍କା ସଂଶୋଧନ କରାଯାଇଛି।ପ୍ରାଥମିକ ବିଦ୍ୟାଳୟ ଛାତ୍ରଙ୍କ ପାଇଁ ୫.୪୫ ରୁ ୬.୧୯ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଙ୍କ ପାଇଁ ୮.୧୭ ରୁ ୯.୨୯ ଟଙ୍କାକୁ ବୃଦ୍ଧି କରାଯାଇଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପିଏମ ପୋଷଣ ଯୋଜନା ଅଧୀନରେ ଗରମ ରନ୍ଧା ଖାଦ୍ଯ ଯୋଗାଇ ଦିଆଯାଉଛି।

By Nirvay

Leave a Reply

Your email address will not be published. Required fields are marked *