ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକନାଥ ସିନ୍ଦେଙ୍କ ସୂଚନା ଦେଇ କହିଛନ୍ତି ମହାୟୁତି ମେଣ୍ଟ ଯାହା ନିଷ୍ପତ୍ତି ନେବ ଶିବସେନା ସମର୍ଥନ କରିବ । ବାଲାସାହେବ ଠାକରେଙ୍କ ସ୍ବପ୍ନ ଅମିତ ଶାହ ଓ ମୋଦି ପୂରଣ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପିର ନିଷ୍ପତ୍ତିକୁ ସମ୍ମାନ ଜଣାଇବୁ । ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ନେବେ । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଛି ଆପଣଙ୍କ ନିଷ୍ପତ୍ତି ମାନିବି, ମୁଁ ପ୍ରତିବନ୍ଧକ ନୁହେଁ । ଏକନାଥ ସିନ୍ଦେ ଆଉ ମଧ୍ୟ କହିଛନ୍ତି, ଗତକାଲି ମୁଁ ଫୋନରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛି। ମହାରାଷ୍ଟ୍ର ଜନତାଙ୍କ ହିତ ପାଇଁ ସରକାରରେ ଥାଇ ଯାହା ବି କିଛି କରିବାକୁ ହେବ ତାହା କରିବାକୁ ଚେଷ୍ଟା କରିଛି। ଆମେ ଜନତାଙ୍କ ପାଇଁ ଛିଡା ହୋଇଛୁ ଏବଂ ପୁନର୍ବାର ଆଗକୁ ରାଜ୍ୟକୁ ଆଗେଇ ନେବୁ। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଦରକାର। କେନ୍ଦ୍ର ଲକ୍ଷାଧିକ କୋଟି ଟଙ୍କାର ଫଣ୍ଡ ଦେଇଥିବାରୁ ନରେନ୍ଦ୍ର ମୋଦୀ ସରକାରଙ୍କୁ କୃତଜ୍ଞ। ମୁଁ ଜଣେ ସାଧାରଣ କର୍ମୀ ଭାବେ ସବୁ କାମ କରିବାକୁ ପ୍ରସ୍ତୁତ। ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ମହାରାଷ୍ଟ୍ରବାସୀଙ୍କ ସେବା କରିବି। ମୁଁ ସମାଧାନରେ ବିଶ୍ଵାସ କରେ। ଆମ ବିଜୟର ତୁଳନା ଇତିହାସ ସହ ହୋଇଥାଏ ବୋଲି ସିନ୍ଦେ କହିଛନ୍ତି। Post navigation ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ ୯୪୧ ଜଣ ଅଗ୍ନି ଯୋଦ୍ଧାଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର