ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ସେଥିପାଇଁ ଚାଲିଛି ଭୋଟ୍ ଗଣନା । ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି ବୋଲି ସାମ୍ନାକୁ ଆସୁଛି। ଭୋଟ୍ ଗଣନାରେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ଆଲାଇନ୍ସ ଟ୍ରେଣ୍ଡରେ ବହୁମତ ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ, ହେମନ୍ତ ସୋରେନ ମେଣ୍ଟକୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍ଏମ୍ ସରକାର ଗଢ଼ିପାରେ।

ଝାଡଖଣ୍ଡର ୮୧ଟି ସିଟ ମଧ୍ୟରୁ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ଜେଏମଏମ ୫୧ ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୨୯ ଟି ସିଟରେ ସିଟରେ ଆଗୁଆ ଅଛନ୍ତି। ତେଣୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାର ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ; ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ।

Leave a Reply

Your email address will not be published. Required fields are marked *