ଆସନ୍ତାବର୍ଷ ଫେବୃଆରୀ ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଆଉ ଅନେକ ବର୍ଷ ପରେ ଦିନିକିଆ ମ୍ୟାଚ୍ ବା ଓ୍ୱାନ ଡେ ମ୍ୟାଚ ଆମର ଖେଳା ଯିବାକୁ ଯାଉଛି ଓଡ଼ିଶା କ୍ରୀଡାର ପ୍ରାଣକେନ୍ଦ୍ର ବାରବାଟୀ ପଡ଼ିଆରେ । କିଛି ସପ୍ତାହ ତଳେ ଓଡ଼ିଶା କ୍ରିକେଟ ଆସୋସିଏସନ ତାହାର ବିଶେଷ ସାଧାରଣ ପରିଷଦ ବୈଠକ କରି ଟିକେଟର ଦର କେତେ ରହିବ ସେହି ମ୍ୟାଚ ପାଇଁ ତାହାର ନିଷ୍ପରି ନେଇଥିଲେ, ଯାହା ମଧ୍ଯ ମିଡ଼ିଆକୁ ପ୍ରଦାନ କରାଯାଇଥିଲା ଓ ଓଡ଼ିଶାର ଖବରକାଗଜ ଆଉ ଟେଲିଭିଜନ ଗୁଡିକରେ ପ୍ରସାରିତ ମଧ୍ୟ ହୋଇଥିଲା । ଆଉ ସେହି ଟିକେଟ ଦରକୁ ନେଇ କିଛିଟା ରୋଷ ସାରା ଓଡ଼ିଶାରେ ଦେଖ‌ିବାକୁ ମିଳିଥିଲା ବିଶେଷ କରି କ୍ରିକେଟ ଫ୍ୟାନମାନେ ଯେଉଁମାନେ ଓଡ଼ିଶାର କଟକ ଠାରୁ ଦୂରରେ ସେମାନେ ଟିକଟର ଦର ଉଚ୍ଚା ଥିବା ଅଭିଯୋଗ କରିଥିଲେ । ସେତେବେଳେ ସର୍ବନିମ୍ନ ଟିକେଟ ଦର ୮୦୦ଟଙ୍କା ରହିବ ବୋଲି ଓସିଏ ଘୋଷଣା କରିଥିଲା ।

ମଙ୍ଗଳବାର ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରିସରରେ ସରକାର ଏବଂ ଓସିଏର ପ୍ରଥମ ମିଳିତ ପ୍ରସ୍ତୁତି ବୈଠକ ସମ୍ପନ୍ନ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଯେଉଁଥୁରେ ଓଡ଼ିଶା କ୍ରୀଡ଼ା ଓ ଯୁବାସେବା ବିଭାଗର ବହୁ ପଦାକାରୀ, ଓ ଓସିଏର କର୍ମକର୍ତ୍ତା ଏବଂ ଓଡ଼ିଶା ଅଲିମ୍ପିକ୍ସ ସଂଘର କର୍ମକର୍ତ୍ତାମାନେ ସାମିଲ ହୋଇ ଇଥିଲେ। ରାଜ୍ୟରେ ଟିକେଟ ଦର ଦରକୁ ନେଇ ଏକ କ୍ଷୋଭ ରହିଛି ତାହା ସମସ୍ତେ ଜାଣିଥିଲେ। କ୍ରୀଡ଼ାମନ୍ତ୍ରୀ ପରାମର୍ଶ ଦେଇଥିଲେ ଟିକେଟ ଦର କମାଇବା ସକାଶେ। ଅସଲ ଖେଳ ତ ସେହି ଦିନ ସଂଧ୍ୟାରେ ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟା ପାଖାପାଖ କ୍ରୀଡ଼ା ବିଭାଗ ପକ୍ଷରୁ ଗଣମାଧ୍ୟମଗୁଡିକ ପାଖକୁ ଆସିଲା କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ଯାଉଛନ୍ତି କଳିଙ୍ଗ ଷ୍ଟାଡିୟମ ପରିସରରେ । ୬ଟା ୪୫ର ସମୟ ଦିଆଯାଇଥିଲା । ୭ ଟା ପାଖାପାଖି ଆରମ୍ଭ ହୋଇଥିଲା ସେହି ସାମ୍ବାଦିକ ସମ୍ମିଳନୀ ସେଥିରେ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ କହୁଥିଲେ ଯେ ସେ ପରାମର୍ଶ ଦେଇଛନ୍ତି ଟିକେଟ ଦର କମାଇବା ପାଇଁ ଏବଂ ଦିନିକିଆ ମ୍ୟାଚ୍ ପ୍ରସ୍ତୁତି ବାବଦରେ କ’ଣ ଆଲୋଚନା ହେଲା ଆଜି ସେ ବିଷୟରେ ବତାଇଥିଲେ । ସେ ହୁଏତ ମନେକରୁଥିଲେ ଯେ, ସରକାରଙ୍କର ବା ତାଙ୍କର ଯେଉଁ ପରାମର୍ଶ ଓସିଏ ପ୍ରତି ରହିଛି ତାହା ବୁଧବାର ଦିନ ପ୍ରକାଶ ପାଇବ ଏବଂ ତା’ପରେ ଓସିଏର ପ୍ରକାଶ ପାଇବ ଟିକେଟ ଦର କମିବା ବିଷୟ । ଶ୍ରେୟ ବା କ୍ରେଡିଟ ସରକାରଙ୍କ ପାଖକୁ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଖକୁ ଯିବ ଯେ ସାଧାରଣ ଓଡ଼ିଆ କ୍ରିକେଟ ଫ୍ୟାନମାନଙ୍କ ସେ ଯୁକ୍ତି କରି କାର୍ଯ୍ୟକାରୀ କରାଇପାରିଥିବାରୁ । କିନ୍ତୁ କ୍ରୀଡ଼ାମନ୍ତ୍ରୀ ଯେଉଁ ସମୟରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ଠିକ୍ ସେହି ସମୟରେ ଓଡ଼ିଶା କ୍ରିକେଟ ଆସୋସିଏସନର ପ୍ରେସ ରିଲିଜ ଇ- ମେଲରେ ଆସିଲା ଗଣମାଧମ ଗୁଡିକ ପାଖରୁ ୭ଟା ୩ ମିନିଟ୍‌ରେ । ଯେତେବେଳେ କ୍ରୀଡ଼ାମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରୁଥିଲେ କଳିଙ୍ଗ ଷ୍ଟାଡିୟମରେ ସେତିକି ବେଳେ ଆସିଥିବା ମେଲ୍‌ରେ ଲା ଟିକେଟ ଦର ଜମିଥ‌ିବା ଖବର। କ୍ରୀଡ଼ାମନ୍ତ୍ରୀ ସୂରଳ ପରାମର୍ଶ ଦେଇଛନ୍ତି ଏ ବାବଦରେ ମଧ୍ୟ ଉଲ୍ଲେଖ ଥିଲା ଏବଂ ସର୍ବନିମ୍ନ ଟିକେଟର ମୂଲ୍ୟ ୮୦୦ ରୁ ୧୦୦୦ ଟଙ୍କା କମାଯାଇଥିଲା । କିଛି ଟିକେଟ ଦର ବଢିବାରେ ଟଙ୍କା ପର୍ଯ୍ୟନ୍ତ ମଧ୍ଯ କମାଯାଇଥିବା ବିଷୟ ଆନୁଷ୍ଠାନିକ ଭାବେ ଓସିଏ ପାଖରୁ ପ୍ରକାଶ ପାଇଥିଲା। ତେଣୁ କ୍ରୀଡ଼ାମନ୍ତ୍ରୀଙ୍କ ପକ୍ଷରୁ ଯେଉଁ ଧାରଣା କରାଯାଇଥିଲା ଯେ, ପରାମର୍ଶ ଆଗ ବାହାରିବ ତା’ପରେ ହୁଏତ ଆସିବ ବ ଓସିଏର ପ୍ରତିକ୍ରିୟା ବା ଓସିଏର ନିଷ୍ପରି ଟିକେଟ କମା ଯାଇଥିବା ବିଷୟ ତାହା ହେଲା ନାହିଁ । କିଏ ବୋଧେ କେଉଁଠୁ ଚାପ ପକେଇଲେ ବା କ’ଣ ଗୋଟେ ଘଟିଲା ଯେ ୭ଟା ୧୪ ମିନିଟରେ ଇ- ମେଇ ଆସିଲା ଓସିଏ ପାଖରୁ ଏଥିରେ କୁହାଗଲା ଯେ, ପୂର୍ବ ଖବରକୁ ଆପଣ ଗ୍ରହଣ ନ‌କରନ୍ତୁ ଆମେ ଏବାବଦରେ ବୁଧବାର ଦିନ ଖବର ଦେବୁ । କିନ୍ତୁ ସେତେବେଳକୁ ସବୁ ମିଡିଆରେ ଛାଇସାରିଥିଲା ଟିକେଟ ଦର କମିବା ଖବର।

କ୍ରୀଡ଼ାମନ୍ତ୍ରୀ ସୂରଜ ସାମ୍ବାଦିକ ସମ୍ମିଳନୀ କରୁଥିବା ଅବସ୍ଥାରେ ଟେଲିଭିଜନ ଚ୍ୟାନେଲଗୁଡିକରେ ସ୍କ୍ରଲିଂ ଆସିସାରିଥିଲା ଟିକେଟ ଦର କମୁଥିବାର ଖବର ଏବଂ ସବୁ ତଥ୍ୟ ପ୍ରାଞ୍ଜଳ ଭାବେ ବଚାଯାଇଥିଲା । ଯେ ଭୁଲ୍‌ରେ ଓସିଏ କଲା ନା ଏହା ପଛରେ କ’ଣ ଥୁଲା ଅଲଗା କିଛି ଖେଳ ? ତାହା ଆମେ ଜାଣୁନା କିନ୍ତୁ କ୍ରୀଡ଼ାମନ୍ତ୍ରୀଙ୍କର ସେହି ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ ଫିକା ହୋଇଯାଇଥିଲା ଓସିଏର ଟିକେଟ ଦର କମିବା ମେଲ ଗଣମାଧ୍ଯମରେ ପହ‌ଞ୍ଚି । ନ‌ଭେମ୍ବର ୧୯ତାରିଖ ସନ୍ଧ୍ୟାରେ ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ପାଖରୁ ଆସିଥିବା ପ୍ରେସ ରିଲିଜ କ୍ରୀଡ଼ାମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀର ଗୁରୁତ୍ବ ଆବଶ୍ୟକତାକୁ କ୍ଷୁର୍ଣ୍ଣ କରିଦେଇଥିଲା ।

Leave a Reply

Your email address will not be published. Required fields are marked *