ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବାକୁ ଅନୁମତି ମାଗିଛନ୍ତି। ସେ ଆଇ. ଆଇ. ଟି. କାନପୁର ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନଙ୍କ ସହିତ ଏକ ଜରୁରୀ ବୈଠକ ଦାବି କରିଥିଲେ। ଦିଲ୍ଲୀର ଚିନ୍ତାଜନକ ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡାକିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ଧ୍ୟାନ ନ ଦେବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ଯଗୁଡ଼ିକରେ ନିୟମ ଭଙ୍ଗ କରାଯାଉଛି ତେଣୁ ସମଗ୍ର ଉତ୍ତର ଭାରତରେ ଜିଆରଏପି ପଦକ୍ଷେପ ଲାଗୁ କରାଯିବା ଉଚିତ। ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ, ତେବେ ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ରାୟ କହିଛନ୍ତି।

ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସକାଳେ ଦିଲ୍ଲୀରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୭୯୨ରେକର୍ଡ କରାଯାଇଥିଲା। (7 am). ଆଲିପୁର, ଆନନ୍ଦ ବିହାର, ବାୱାନା, ନରେଲା, ପୁସା ଏବଂ ସୋନିଆ ବିହାରରେ AQI ସର୍ବାଧିକ ସୂଚକାଙ୍କ ୫୦୦ ଛୁଇଁଛି | ୩୮ଟି ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ ମଧ୍ଯରୁ ୨୧ଟିରେ AQI ୪୯୦କିମ୍ବା ତା ‘ଠାରୁ ଅଧିକ ରହିଥିଲା। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ ରେ ମଧ୍ଯମ ରୁ ଘନ କୁହୁଡ଼ି ପରିସ୍ଥିତି ପାଇଁ ହଳଦିଆ ଆଲର୍ଟ ଜାରି କରିଛି। ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସକାଳ ୭ଟା ସୁଦ୍ଧା ଦୃଶ୍ଯମାନତା ୬୦୦ ମିଟର ଥିଲା।ପୂର୍ବରୁ ପରିସ୍ଥିତି ସୁଧୁରିବା ନା ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ରେ ଶିକ୍ଷାଦାନ ବନ୍ଦ ରହିଛି |

Leave a Reply

Your email address will not be published. Required fields are marked *