ଆସନ୍ତାକାଲିଠୁ ବରଗଡ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପ୍ରକ୍ରିୟା । କାଲିଠୁ ଧାନ କିଣା ନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା ଆରମ୍ଭ ହେବାକୁ ଯାଉଛି । ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ରହିବେ ଅଧିକାରୀ । କଟନୀ ଛଟନୀ ସହ ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ଦେଖିବେ । ଏହି ବ୍ୟବସ୍ଥାକୁ ସୁଚାର ରୂପେ ତୁଲାଇବା ପାଇଁ ୪ରୁ ୫ ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଏହା ସହ ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି ଧାନ କିଣା କାର୍ଯ୍ୟ ପାଇଁ ମଣ୍ଡିରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଚାଷୀମାନେ କିପରି ୮୦୦ ଟଙ୍କା ସବ୍ସିଡି ପାଇବେ ସେ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ଧାନ ମଣ୍ଡିର ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ଜିଲ୍ଲାପାଳ ପରେ ରାଜ୍ୟ ସରକାରଙ୍କୁ ଦେବେ । Post navigation ଡବଲ ଇଂଜିନ ସରକାର ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦିଅନ୍ତୁ: ବିଜେଡି ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ