ଉତ୍ତରପ୍ରଦେଶର ଝାନ୍ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲ କଲେଜର ଏନଆଇସିୟୁ (ନ୍ୟୁ ବର୍ଣ୍ଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇଁ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା। ଏଥିରେ ୧୦ ନବଜାତ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି ।ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୀର୍ଘ ୪/୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । କିପରି ହସ୍ପିଟାଲରେ ନିଆଁ ଲାଗିଲା ଓ ଏତେ ବଡ଼ ଅଘଟଣ ଘଟିଲା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଏହି ଅଭାବନୀୟ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଝାନ୍ସୀର ଡିଭିଜନାଲ କମିଶନର ଏବଂ ଡିଆଇଜିଙ୍କୁ ୧୨ ଘଣ୍ଟା ମଧ୍ୟରେ ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଜୀବନ୍ତ ଦଗ୍ଧ ହୋଇଥିବା ୧୦ ନବଜାତ ଶିଶୁଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେ ବି ୩ ଜଣ ମୃତ ଶିଶୁଙ୍କୁ ଚିହ୍ନଟ କରାଯାଇନଥିବା ସୂଚନା ମିଳିଛି । ଚିହ୍ନଟ ହୋଇନଥିବା ମୃତ ଶିଶୁଙ୍କ ଡିଏନଏ ପରୀକ୍ଷା କରାଯାଇ ଚିହ୍ନଟ କରାଯିବ ବୋଲି କୁହାଯାଇଛି । ଡାକ୍ତରଖାନା ପକ୍ଷରୁ ସୂଚନା ଜାରି ହୋଇଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଶିଶୁ ୱାର୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୦ ଶିଶୁଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ଘଟିବା ପରେ ରୋଗୀମାନେ ପ୍ରାଣ ବିକଳରେ ଡାକ୍ତରଖାନାରୁ ବାହାରକୁ ପଳାଇଥିଲେ । ଖବରପାଇ ଉଦ୍ଧାରକାରୀ ଦଳ ପହଞ୍ଚି ହସ୍ପିଟାଲରୁ ୩୭ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ଗୁରୁତର ଥିବା ନେଇ ସୂଚନା ମିଳିଛି । ଦୀର୍ଘ ୪/୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ସର୍ଟସର୍କିଟ ଯୋଗୁଁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଓ ପୁଲିସ ମହାନିରୀକ୍ଷକଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ । Post navigation ମକର ସଂକ୍ରାନ୍ତି ପରେ ବିପଦରେ ପଡ଼ିବ ବିଜଦ ! ଖତ ଗଦାରୁ ମିଳିଲା ୨୧ ଲକ୍ଷରୁ ଅଧିକ ଟଙ୍କା