ମକର ସଂକ୍ରାନ୍ତି ପରେ ରାଜ୍ୟ ରାଜନୀତିରେ କେତେକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି । ଏହା କୌଣସି ଜ୍ୟୋତିଷ ଶାସ୍ତ୍ର ଆଧାରିତ ନୁହେଁ । ଗ୍ରହ, ନକ୍ଷତ୍ର ଯୋଗ ଥାଇପାରେ ନଥାଇପାରେ । କିନ୍ତୁ ରାଜନୀତିରେ କସରତ ଆଇବା ପରମ୍ଭ ହୋଇଯାଇଛି । ଏହାକୁ ଆଧାର କରି କୁହାଯାଇପାରେ ଯେ ବିଜୁ ଜନତ ନତା ଦଳ ପାଇଁ ଜାନୁଆରୀ ୧୪ ପରଠୁ ବିପଦ ଘଣ୍ଟି ବାଜିବାକୁ ଯାଉଛି । ୨୪ ବର୍ଷ କ୍ଷମତାରେ ରହିଥିବା ବିଜୁ ଜନତା ଦଳ ଜନତାଙ୍କ ଗୋଟିଏ ଝଟକାରେ ଏବେ ସମ୍ପୂର୍ଣ ଦିଗହରା । କ୍ଷମତା ଚାଲିଯିବା ପରେ କର୍ମୀଠୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହତାଶା ଘାରିଛି। ନବୀନଙ୍କ ନେତୃତ୍ବ ବିରୋଧି ନେତା ଭାବେ ଦଳକୁ ସଂଗଠିତ କରିବା ପରିବର୍ତ୍ତେ ଅଧିକ ହତାଶା ଆଡ଼କୁ ଠେଲିଦେଇ ସାରିଲାଣି। କିଛି ବିଜଦ ନେତା ମୁଙ୍ଗେରୀଲାଲ୍ଙ୍କ ପରି କ୍ଷମତାର ହସିନ୍ ସପ୍ନ ଦେଖୁଛନ୍ତି। କଂଗ୍ରେସ ସହ ମିଶି ସରକାର ଗଢ଼ିବେ । ନବୀନ ପଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ଏଣେ ବିଜୁ ଜନତା ଦଳ ବିଭାଜନ ଆଡ଼କୁ ମୁହାଁଉଥିବା ବୋଧହୁଏ ସେମାନେ ଆନ୍ଦାଳ କରିପାରୁ ନାହାନ୍ତି । ବିଜଦର ବଡ଼ ସମସ୍ୟା ହେଲା, ସଭାପତି ନବୀନ ପଟନାୟକ କ୍ଷମତାରେ ଥିବାବେଳେ ଗତ ୪ବର୍ଷ ୪ବର୍ଷ ସବୁ ଜିଲା ବୁଲିଲେ ନାହିଁ । ନିଜ ବ୍ୟକ୍ତି ଗତ ସଚିବ ଭିକେ ପାଣ୍ଡିଆନଙ୍କୁ ପ୍ରତିନିଧ ଭାବେ ଜନଶୁଣାଣି ନାମରେ ସବୁ ଜିଲା ବୁଲାଇଲେ । ଏହାଦ୍ଵାରା ଏକ ଧାରଣା ଲୋକଙ୍କ ଦେଲେ ଯେ ବିଜଦର କୌଣସି ନେତା ତାଙ୍କ ଉତ୍ତରାଧୀକାରୀ ପାଇଁ ଯୋଗ୍ୟ ନୁହନ୍ତି ।ଏବେ କ୍ଷମତା ଯିବାପରେ ୩୦ଟି ଜିଲା ବୁଲିବେ, କର୍ମୀ ଓ ନେତାମାନଙ୍କ ମନୋବଳ ବଢ଼ାଇବେ ସମ୍ଭବ ଭଳି ଲାଗୁ ନାହିଁ । ହେଲିକପ୍ଟରରେ ବୁଲିବା ଆଉ ତାଙ୍କ ପକ୍ଷେ ଏତେ ସହଜ ନୁହେଁ । କ୍ଷମତା, ବୟସ ଏବଂ ସାସ୍ଥ୍ୟ ଆଉ ନବୀନଙ୍କ ସପକ୍ଷରେ ନାହିଁ । ଏହା ବିପ୍ଳବର ଭବିଷ୍ୟତକୁ ଅଧିକ ଅନ୍ଧକାରାଚ୍ଛନ୍ନ କରୁଛି। Post navigation ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ? ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଗ୍ନିକାଣ୍ଡ; ୧୦ ନବଜାତ ଜୀବନ୍ତ ଦଗ୍ଧ