ଓଡ଼ିଶାର ରୌପ୍ଯ ସହର କଟକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲି ଯାତ୍ରା-୨୦୨୪। ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଯାତ୍ରା ସ୍ଥଳର ଉପର ଏବଂ ତଳ ଭାଗରେ ବିଶ୍ୱ ପ୍ରସିଦ୍ଧ ମେଳାକୁ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ , ଆଜି ବିଶାଳ ବାଲି ଯାତ୍ରା ମେଳାରେ ୧୪ଟି ଦେଶର ରାଷ୍ଟ୍ରଦୂତମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରସିଦ୍ଧ ମେଳା ନଭେମ୍ବର ୨୨ ପର୍ଯ୍ଯନ୍ତ ଚାଲିବ।ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ ୨୦୦ କୋଟି ଟଙ୍କା ବ୍ୟୟରେ ମହାନଦୀ ରିଭରଫ୍ରଣ୍ଟ ନିର୍ମାଣ ହେବ |ପୂର୍ବରୁ ବଜେଟରେ ୫୦ କୋଟି ରହିଛି, ଆଉ ୧୫୦ କୋଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | କଟକ ସ୍ମାର୍ଟ ସିଟି ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ |

ମୁଖ୍ଯମନ୍ତ୍ରୀଙ୍କ ବ୍ଯତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ଯ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଅଛନ୍ତି। ସେହିପରି କଟକ ସାଂସଦ ଭର୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ମେଯ଼ର ସୁବାଷ ସିଂହ, ବାରବାଟୀ କଟକ ବିଧାୟକ ସୋଫିଆ ଫିରଦୋଶ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ଯ ବାଲିଯାତ୍ରା ଗ୍ରାଉଣ୍ଡରେ ଉପସ୍ଥିତ ଅଛନ୍ତି।ବହୁ ପୂର୍ବରୁ ସାଧବ କୁହାଯାଉଥିବା ଓଡ଼ିଶାର ବ୍ଯବସାୟୀମାନେ ବ୍ଯବସାୟ ପାଇଁ ବୋଇତା ନାମକ ଜାହାଜରେ ବାଲି, ଜାଭା, ସୁମାତ୍ରା ଭଳି ଦୂର ସ୍ଥାନକୁ ସମୁଦ୍ର ଯାତ୍ରାରେ ଯାଉଥିଲେ। ସେମାନେ କାର୍ତ୍ତିକ ପୂର୍ଣ୍ଣିମାରୁ ଦୀର୍ଘ ଯାତ୍ରା ପାଇଁ ବାହାରିଥିଲେ। ସେହି ଗୌରବମୟ ଘଟଣାକୁ ସ୍ମରଣୀୟ କରିବା ପାଇଁ, ଓଡ଼ିଶା କଟକର ଏହି ବିଶାଳ ବାଲି ଯାତ୍ରା ମେଳା ପାଳନ କରେ |

Leave a Reply

Your email address will not be published. Required fields are marked *