ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ଚାଷୀଙ୍କ ସୁରକ୍ଷା, କଟନୀ ଛଟନୀ ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ତେଣୁ ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ ବୋଲି ସୂଚନା ମିଳିଛି। ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ।ତେଣୁ ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲ୍ଲା ଓ ମଣ୍ଡି ଦାୟିତ୍ୱ ବଂଟନ କରାଯାଇଛି।

ସୂଚନା ଯୋଗ୍ୟ; ଧାନ ସଂଗ୍ରହ ଅଭିଯାନର ସଫଳ ରୁପାୟନ ପାଇଁ ଆଜି ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ସରକାରଙ୍କ ଯୋଗୁ ଆଉ ମିଲରଙ୍କ ଶୋଷଣର ଶିକାର ହେବେ ନାହିଁ ଚାଷୀ । ଏହି ବୈଠକରେ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଚାଷ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋର୍ଚ୍ଚା କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା। ଏହାସହ ମୋର୍ଚ୍ଚାର କର୍ମୀମାନେ ବିଭିନ୍ନ ମଣ୍ଡି ବୁଲି ଧାନ କିଣା ଉପରେ ନଜର ରଖିବେ।

ଏହା ସହ ପ୍ରଥମ ଥର କରି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କୃଷକ ମୋର୍ଚ୍ଚା ।ଏହି ବୈଠକରେ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଚାଷ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ଏହା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ନେତା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *