୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ । ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି ଦ୍ବାରା ଇଚ୍ଛା ଜାହିର କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକଥିବା ଦର୍ଶାଇ ଚିଠି। ଏହି ଚିଠି ଅକ୍ଟୋବର ୧ ତାରିଖ ଆଇଓସିକୁ ପଠା ଯାଇଥିବା ଜଣାଯାଇଛି। ସୂଚନା ଯୋଗ୍ୟ; ଅଲିମ୍ପିକ୍ସ ୨୦୨୪ ପ୍ୟାରିସ୍ରେ ଖେଳା ଯାଇଥିଲା। ଏହା ପରେ ପରବର୍ତ୍ତୀ ୨୦୨୮ ସଂସ୍କରଣ ଆମେରିକାର ଲସ ଏଞ୍ଜେଲେସ୍ରେ ଆୟୋଜନ ହେବ। ୨୦୩୨ର ଆୟୋଜନ ପାଇଁ ସ୍ଥାନ ଚୟନ ହୋଇ ସାରିଛି। କିନ୍ତୁ ଅଦ୍ୟାବଧି ୨୦୩୬ ଅଲିମ୍ପିକ୍ସ କେଉଁଠି ଖେଳାଯିବ ତାହା ସ୍ଥିର ହୋଇ ନାହିଁ। ଅନ୍ୟପଟେ ଖବର ଆସିଛି ଯେ, ଭାରତ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜର ଦାବି ଉପସ୍ଥାପନ କରିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଉଲ୍ଲେଖ କରିଥିଲେ। ମୋଦୀ କହିଥିଲେ, ଭାରତ ୨୦୩୬ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କରୁଛି। Post navigation ଜାତୀୟ ଉତ୍ସବ ଭାବେ ପାଳିତ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ତ୍ରୀକୁ ନିଜେ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର