୨୫ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୨୫ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟଦିବସ ରହିଛି । ୨୫ ତାରିଖରେ ସଂସଦର ଅଧିବେଶନ ଆରମ୍ଭ ହେଉଥିବା ବେଳେ ୨୬ ତାରିଖରେ ପାଳନ ହେବ ସମ୍ବିଧାନ ଦିବସ। ଚଳିତ ସଂସଦର ଶୀତକାଳୀନ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାରେ ଅଛି । ଏହି ଅଧିବେଶନରେ ସମସ୍ତଙ୍କର ନଜର ଏକ ଦେଶ ଏକ ନିର୍ବାଚନ ଏବଂ ୱାକଫ ବିଲ୍ ଉପରେ ରହିଛି। ଏହି ଦୁଇଟି ପ୍ରସଙ୍ଗରେ ଅଧିବେଶନରେ ହଙ୍ଗାମା ହୋଇପାରେ। ଏକ ଦେଶ ଏକ ନିର୍ବାଚନକୁ କ୍ୟାବିନେଟ ଅନୁମୋଦନ କରିଛି। ବର୍ତ୍ତମାନ ଏହା ଶୀତ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ତେବେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାର ଏହି ବିଲ୍ ପାସ୍ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି କୁହାଯାଉଛି। ଅନ୍ୟପଟେ ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ । ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ Post navigation ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଞ୍ଚି ନାରାୟଣ ତ୍ରିପାଠୀ ଆମ୍ବ ଟାକୁଆ ପାଇଁ ନୁହେଁ, ଫୁଡ ପଏଜନିଂ ପାଇଁ ହୋଇଛି ମୃତ୍ୟୁ!