ଆସନ୍ତା ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏ ନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଆସନ୍ତା ନଭେମ୍ବର ମାସରୁ ହିତାଧିକାରୀମାନେ ପାଇବେ ନୂଆ ରାସନ କାର୍ଡ । ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଏହି କାର୍ଡ ଦିଆଯିବ । ଇ-କେୱାଇସ ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀ ଜଣାପଡିବେ । ବର୍ତ୍ତମାନ ଇ-କେୱାଇସ ପ୍ରକ୍ରିୟା ଚାଲୁରହିଛି । ଅନେକ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି। ଆଉ ଅଳ୍ପ ଦିନ ମଧ୍ୟର ଇ-କେୱାଇସ ସରିବା ପରେ ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ମିଳିବ। Post navigation ବିହାରରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଶ୍ରମିକ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଆସିବ ଆଇନ୍: ପୃଥ୍ବୀରାଜ ହରିଚନ୍ଦନ