ରାଜ୍ୟରେ ବାତ୍ୟା ଦାନାର ତାଣ୍ଡବ ପରେ ଏବେ ଡରାଇଲାଣି ବର୍ଷା। ବାତ୍ୟା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ବାତ୍ୟା ପରେ ଲାଗି ରହିଥିବା ବର୍ଷା ସ୍ଥିତି ଏବେ ଚିନ୍ତା ବଢ଼ାଇଛି । ଲଗାଣ ବର୍ଷା ପ୍ରଭାବରେ ଉତ୍ତର ଓଡିଶାର ୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ୍ ହୋଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବେ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇଛି କେତେ ବର୍ଷାର ପରିମାଣ?

ବାଲେଶ୍ୱରର ଔପଦା- ୨୪୦ ମିମି ବର୍ଷା ରେକର୍ଡ ବେଳେ ଖଇରାରେ ୨୦୯ ମିମି, ନୀଳଗିରି- ୧୪୦ ମିମି, ସିମୁଳିଆ ଓ ବାଲେଶ୍ୱର- ୧୧୪ ମିମି, ରେମୁଣା- ୧୦୯ ମିମି ବର୍ଷା ବର୍ଷା ରେକର୍ଡ ହୋଇଛି ।

ସେହିପରି ଭଦ୍ରକର ଧାମନଗର- ୨୧୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭଣ୍ଡାରିପୋଖରୀ- ୨୦୮ ମିମି, ଚାନ୍ଦବାଲି- ୧୯୭ ମିମି, ବନ୍ତ- ୧୮୭ ମିମି, ଭଦ୍ରକ- ୧୬୧ ମିମି ବର୍ଷା ରେକର୍ଡ ହୋଇଛି ।

ମୟୂରଭଞ୍ଜର ଉଦଳା- ୧୪୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବଡସାହି- ୧୧୨ ମିମି, ଯାଜପୁର ଜିଲ୍ଳାର ଦଶରଥପୁର- ୧୯୬ ମିମି, ବରି- ୧୪୬ ମିମି, ଯାଜପୁର- ୧୪୩ ମିମି, ବିଞ୍ଝାରପୁର- ୧୧୦ ମିମି , କେନ୍ଦ୍ରାପଡା ଜିଲ୍ଳାର ରାଜକନିକା- ୧୫୧ ମିମି, ଆଳି- ୧୨୩ ମିମି, ସେହିପରି କଟକର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ବର୍ଷା ରେକର୍ଡ କରାଯାଇଛି କଣ୍ଟାପଡା- ୧୪୬ ମିମି, ନିଶ୍ଚିନ୍ତକୋଇଲି- ୧୩୩ ମିମି, କଟକ- ୧୩୭ ମିମି, ସାଲେପୁର- ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *