ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୀଷଣ ବାତ୍ୟା ରୁ “ବାତ୍ୟା”ରେ ପରିଣତ ହେଲା ଦାନା । ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍‌ କରିଥିଲା ସାମୁଦ୍ରିକ ବାତ୍ୟା ‘ଦାନା’। ସ୍ଥଳଭାଗକୁ ସ୍ପର୍ଶ କରିବା ସହିତ ତାଣ୍ଡବ ଲୀଲା ଆରମ୍ଭ କରିଥିଲା ବାତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍‌ର କେନ୍ଦ୍ର ସ୍ଥଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ରାତି ୧୨ଟା ୫ରୁ ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଏହା ସହ ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଭୁବନେଶ୍ଵର ଓ କଟକରେ ଏହାର ପ୍ରଭାଵରେ ପଡିନଥିବା ଜଣାଯାଇଛି ।

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତଳର ରୂପ ନେବ। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲେ ପରେ ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳୁ ବାଲେଶ୍ବର, ଭଦ୍ରକ, କେଉଁଝର ଏବଂ ମୟୂରଭଞ୍ଜରେ ବର୍ଷା ଲାଗିରହିଥିବା ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *