ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା । ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି । ଆସୁଥିବା ବାତ୍ୟା ମୁକାବିଲା ନେଇ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ବାତ୍ୟା ଭିତରକନିକା ପାଶ୍ୱ ଦେଇ ଗତପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ହେଲେ ଯେ ପର୍ଯ୍ୟନ୍ତ ସ୍ଥଳଭାଗ ଛୁଇଁନାହିଁ ସେପର୍ଯ୍ୟନ୍ତ ଏଭଳି ଆକଳନ ଆସିବ। ତେବେ ଆସନ୍ତା ୪୮ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ । ସେଥିପାଇଁ  ୧୯ଟି ଏନଡିଆରଏଫ୍, ୫୧ ଓଡ୍ରାଫ୍ , ୧୭୮ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି। ୧୦ ମିନିଟରେ ଗଛ କାଟି ରାସ୍ତା କ୍ଲିୟର୍ କରିବାକୁ ବ୍ୟବସ୍ଥା ହୋଇଛି ।

ଏହା ସହ ଆଉ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଏ ପର୍ଯ୍ୟନ୍ତ  ବିଜୁଳି କାଟ୍ ଖବର ଆସିନି କିନ୍ତୁ ଆଗକୁ ଆହୁରି ପବନ ହେଲେ କଟିପାରେ ।

ଅନ୍ୟପଟେ ପାରାଦୀପର ଦକ୍ଷିଣ ପୂର୍ବକୁ ୨୬୦ କିମି ଦୂରରେ ରହିଛି  ଭୀଷଣ ବାତ୍ୟା ଦାନା । ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ବର୍ତ୍ତମାନଠାରୁ ଡରାଇବା ଆରମ୍ଭ କଲାଣି। ସମୁଦ୍ର ଉପକୂଳ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ପ୍ରବଳ ପବନ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *