ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ ଅପରାହ୍ନ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବାତ୍ୟା ଦାନାକୁ ନେଇ ସଜାଗ ରହିଛନ୍ତି ରାଜ୍ୟ ସରକାର । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରଶାସନିକ ସ୍ତରରେ ଘନ ଘନ ବୈଠକ ଚାଲିଥିବାବେଳେ ଅପରାହ୍ନ ୪ଟାରେ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ।

ଏହା ପୂର୍ବରୁ ବାତ୍ୟା ଆଲର୍ଟକୁ ଦୃଷ୍ଟିରେ ରଖି ଆଜି ସାଇକ୍ଲୋଥନ୍ ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ପରେ ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ବୋଲି କହିଲେ କେଭି ସିଂଦେଓ ।  ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି । ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଭାବିତ ସମ୍ଭାବନା ରହିଛି । ତୁରନ୍ତ ଯେପରି ସ୍ଥିତି ପୁନର୍ବାହାଲ ହେବ, ବିଭାଗ ପ୍ରସ୍ତୁତ ରହିଛି । ଅବରୋଧ ହଟାଇ ପୁଣି ବିଜୁଳି ଯୋଗାଣ ପାଇଁ ପୂରା ପ୍ରସ୍ତୁତ ରଖାଯାଇଛି ।

ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ବାତ୍ୟାର ଗତିପଥ ଉପରେ ତୀକ୍ଷ୍ମଣ ନଜର ରଖିବ କଣ୍ଟ୍ରୋଲ ରୁମ୍‌ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଗସ୍ତ କରିବେ ବରିଷ୍ଠ ଆଇଏସ୍‌ ଅଧିକାରୀ । ପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ NDRAF, ODRAF ଓ ଅଗ୍ନିଶମ ବାହିନୀ ମୁତୟନ କରିବାକୁ ଯୋଜନା ରହିଛି । ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ ଟିମ୍‌ ।

Leave a Reply

Your email address will not be published. Required fields are marked *