ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ଏହି ଘଟଣାକୁ ଗଭୀରତା ସହ ନେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଶ୍ରୀମତୀ ଏସ. ସାଇନି ଏହି ଘଟଣାର ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେ ସେଠାରେ ପୀଡିତାଙ୍କୁ ସାକ୍ଷାତ କରିଵା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବେ। ଏହା ବ୍ୟତୀତ ଦିଲ୍ଲୀ ପୋଲିସ ସହ ଉପଯୁକ୍ତ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୋଲିସ ତରଫରୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଯୁବତୀଙ୍କୁ ନିରୀକ୍ଷଣରେ ରଖାଯିବା ସହିତ ତାଙ୍କ କାଉନସିଲିଂ ମଧ୍ୟ ଜାରି ରହିଛି। ଘଟଣା ସଂପର୍କରେ ପୀଡ଼ିତା ବାରମ୍ବାର ବୟାନ ବଦଳାଉଥିବା ଯୋଗୁ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। Post navigation ଘୋଷଣା ହେଲା ଜାତୀୟ ଜଳ ପୁରୁସ୍କାର; ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ମିଳିଲା ମାନ୍ୟତା ଆଜି ଘୋଷଣା ହେବ ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ