ଆଜି ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ଜଗତ ଜନନୀ ମା’ ଦୁର୍ଗା। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ସେହିଭଳି ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଟ୍ରାଫିକ କଟକଣା ଜାରି ହୋଇଛି । କଟକ ଭସାଣି ପାଇଁ ସକାଳ ୭ଟାରୁ ଆସନ୍ତାକାଲି ଭସାଣି ଶେଷ ହେବା ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି ।

କଟକରେ ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ମେଢ ଗୁଡିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀବଜାର ଛକରୁ ପୂର୍ଣ ସାହୁ ଛକ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହାନ ଯାଇ ପାରିବେ ନାହିଁ, କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ ଯାଉନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅନୁଯାଇ ଯାନବାହାନ ଯାଇପାରିବେ । ଏହି କଟକଣା ଅନୁଯାୟୀ ଯାନବାହାନ ନିୟନ୍ତ୍ରଣ ନିମ୍ନଲିଖିତ ମତେ କରାଯିବ ।

ରେଭେନ୍ସା କଲେଜ ଛକ ପାଖ ସି.ଡି.ଏ. ମାର୍କେଟ କମ୍ପ୍ଲେକ୍ସ ଛକ ଠାରୁ କୌଣସି ଯାନବାହାନ ସିଧା ରାଣୀହାଟ ବ୍ଲକ ଟାୱାର ଆଡକୁ ଯାଇପାରିବେ ନାହିଁ । ସେମାନେ ବମ୍ବେ ହୋଟେଲ ଛକ ଦେଇ ଯୋବ୍ରା ଆନିକଟ ଛକ ଦେଇ ଯାଇପାରିବେ ।

ସେହିପରି ବମ୍ବେ ହୋଟେଲ ଛକ ଠାରୁ କୌଣସି ଯାନବାହାନ ସିଧା କଲେଜ ଛକ ଆଡକୁ କିମ୍ବା ସି.ଡି.ଏ. ମାର୍କେଟ କମ୍ପ୍ଲେକ୍ସ ଛକ ଆଡକୁ ଆସିପାରିବେ ନାହିଁ ।

ମାଲଗୋଡାଉନ ଷ୍ଟେଟ ବ୍ୟାଙ୍କ ପଟୁ କୌଣସି ଯାନବାହାନ ସିଧା ପିଲଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଆସି ପାରିବେ ନାହିଁ, ସେମାନେ ମାଲଗୋଡାଉନ ଭିତର ରାସ୍ତାରେ ଯାଇ ଓ.ଏ.ପି. ଫ୍ଲାଏ ଓଭର ବ୍ରିଜ ଯାଇପାରିବେ । ମୋଚି ସାହି ଛକ ଠାରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ବ୍ଲକ ଟାୱାର ଆଡକୁ ଯାଇପାରିବେ ନାହିଁ, ସେହି ଗାଡିଗୁଡିକ ଡ଼ା. ତେଜେଶ୍ବର ରାଓ ଛକ ଠାରୁ କେନାଲ ରାସ୍ତା ଦେଇ ଯୋବ୍ରା ଛକ ଆଡକୁ ଯାଇପାରିବେ ।

ସେହିଭଳି ମେଢ ଗୁଡିକ ରାଣୀହାଟ ଛକ ଅତିକ୍ରମ କରୁଥିବା ସମୟରେ ବଜ୍ରକବାଟି ଛକ ଠାରୁ କୌଣସି ଯାନବାହାନ ରାଣୀହାଟ ଆଡକୁ ଯାଇପାରିବେ ନାହିଁ । ମେଢ ଗୁଡିକ ମଙ୍ଗଳାବାଗ ଛକ ଅତିକ୍ରମ କରୁଥିବା ସମୟରେ କାଠଗୋଲା ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ ଆଡକୁ ଆସି ପାରିବେ ନାହିଁ ।

ଭିଜିଲାନ୍ସ ଗଡା କିମ୍ବା ମାତାମଠ ପଟୁ କୌଣସି ଯାନବାହାନ ସିଧା ହାୱଡ଼ା ମଟର ଛକ ଆଡକୁ ଆସିପାରିବ ନାହିଁ । ଗ୍ରୀନାର ହୋଟେଲ ଛକ ଠାରୁ କୌଣସି ଯାନବାହାନ ସିଧା ମଣିସାହୁ ଛକ କିମ୍ବା ମସ୍ତାନ ଦରଘା ଛକ (ତନିଷ୍କ) ଆଡକୁ ଆସି ପାରିବେ ନାହିଁ । ବେପାରୀ ସାହି ଦୂର୍ଗା ଘର ଛକ ଓ ସମାଜ ଅଫିସ ଛକ ଠାରୁ କୌଣସି ଯାନବାହାନ ସିଧା ବକ୍ସିବଜାର ଆଡକୁ ଆସିପାରିବେ ନାହିଁ ।ମେରିଆ ବଜାର ବ୍ରିଜପଟୁ କୌଣସି ଯାନବାହାନ ସିଧା ପ୍ରଭାତ ସିନେମା ଆଡକୁ ଆସି ପାରିବେ ନାହିଁ ।

ସେହିଭଳି ଲକ୍ଷ୍ମୀବ୍ରାସ ଛକ ଠାରୁ କିମ୍ବା କର ପ୍ୟାଲେସ ପାଖ ଛକ ଠାରୁ କୌଣସି ଯାନବାହାନ ସିଧା ତିନିକୋଣିଆ ବଗିଚା ଆଡକୁ ଆସିପାରିବେ ନାହିଁ । ହାତୀ ପୋଖରୀ ଛକ ପଟୁ କୌଣସି ଯାନବାହାନ ସିଧା ଜେଲ୍ ରୋଡ଼୍ ଆଡକୁ ଆସିପାରିବେ ନାହିଁ । ରଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାଖରୁ କୌଣସି ଯାନବାହାନ ପଢିଆରୀ ପାଠାଗାର ଓ ଗୌରିଶଙ୍କର ପାର୍କ ଆଡକୁ ଆସିପାରିବେ ନାହିଁ ।

ସେହିପରି ଧର୍ମଶାଳା ଛକ ପାଖରୁ କୌଣସି ଯାନବାହାନ ସିଧା ଗୌରିଶଙ୍କର ପାର୍କ ଓ ଉତ୍କଳିକା ଛକ ଆଡକୁ ଆସିପାରିବେ ନାହିଁ । ହାଇକୋର୍ଟ ଛକ ପଟୁ କୌଣସି ଯାନବାହାନ ସିଧା ବାଲୁବଜାର ଆଡକୁ ଯାଇପାରିବେ ନାହିଁ କିମ୍ବା ବାଲୁବଜାର ପଟୁ ଚୌଧୁରୀ ବଜାର ଆଡକୁ ଆସିପାରିବେ ନାହିଁ । ମୁକ୍ତିପାଲିଟି ଅଫିସ ପୁରୁଣା ଗେଟ ପଟୁ କୌଣସି ଯାନବାହାନ ସିଧା ପୁର୍ଣସାହୂ ଛକ ଆଡକୁ ଆସିପାରିବେ ନାହିଁ ।

ସେହିପରି ନନ୍ଦୀ ସାହି ଛକ ପଟୁ କୌଣସି ଯାନବାହାନ ଆପଣଙ୍କ ହୋଟେଲ ଛକ ଦେଇ ପୂର୍ଣସାହୁ ଛକକୁ ଆସିପାରିବେ ନାହିଁ ।ତଳତେଲେଙ୍ଗା ବଜାର ପଞ୍ଚମୁଖୀ ଚଉରା ଛକରୁ କୌଣସି ଯାନବାହାନ ନୃସିଂହନାଥ ମଠ ରାସ୍ତାରେ କାଠଯୋଡି ବନ୍ଧ ରାସ୍ତାକୁ ଯାଇପାରିବେ ନାହିଁ । ଖାନନଗର ଛକରୁ ଓ ବ୍‌ଲୁଲାଗୁନ ହୋଟେଲ ଛକ ପଟୁ କୌଣସି ଯାନବାହାନ କାଠଯୋଡି ରିଙ୍ଗରୋଡରେ ପୁରୀଘାଟ ଗଡା ଆଡକୁ ଯାଇପାରିବେ ନାହିଁ ।

ଜୁଡିସିଆଲ ଏକାଡ଼େମୀ ଛକରୁ କୌଣସି ଭାରୀଯାନ ପୁରୀଘାଟ ଆଡକୁ ଯାଇ ପାରିବେ ନାହିଁ । ସେମାନେ ତ୍ରୀଶୁଳିଆ କିମ୍ବା ସତିଚଉର ଦେଇ ଯାଇ ପାରିବେ ।

ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଗଲା । ଏହି ନିୟମ ଖୋଲାପ କାଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧ‌ିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।

ଉପରୋକ୍ତ କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ, ଆମ୍ବଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ ।

Leave a Reply

Your email address will not be published. Required fields are marked *