ଦିଲ୍ଲୀରେ ଚାଲିଥିବା ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ ଅଣନୀତି ପ୍ରସ୍ତୁତ କରିଛନ୍ତି। ଏହି ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ମାଗିଛନ୍ତି ମୁଖ୍ୟମନ୍ତ୍ରୀ  । ନକ୍ସଲଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବାହିନୀ ପାଇଁ ନିରବଚ୍ଛନ୍ନ ହେଲିକପ୍ଟର ସେବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ମାଗିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅପରେସନରେ ସହାୟତା ପାଇଁ ହେଲିକପ୍ଟର ମାଗିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର କରାଯାଇଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି । ବିଶେଷକରି ନୂଆପଡ଼ା, କନ୍ଧମାଳ, ମାଲକାନଗିରି ପ୍ରତି ଫୋକସ ରହିଛି। ୧୨ କଂପାନୀ ସିଏପିଏଫ୍ ଓ ଗୋଟିଏ ହେଲିକପ୍ଟର ପାଇଁ ଦାବି କରିଛି।

ଏହି ଦାବି ସଂପର୍କରେ ବୈଠକରେ ଗୃହମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛି । ଗୃହମନ୍ତ୍ରୀ ଗୁରୁତ୍ବର ସହ ଏନେଇ ବିଚାର କରିବାକୁ କଥା ଦେଇଛନ୍ତି ।୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *