ହୀରାକୁଦ ଡ୍ୟାମକୁ ସଂଯୋଗ ହୋଇଥିବା ୬ ଦଶନ୍ଧି ପୁରୁଣା କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ମୋହନ ସରକାର ୮୫୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୪ ବର୍ଷରେ ୮୫୫ କୋଟି ଖର୍ଚ୍ଚ ହେବ। ଏହି ନବୀକରଣ ଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଓ ବଲାଙ୍ଗୀର ଭଳି ଜିଲ୍ଲାର ଚାଷୀମାନେ ଜଳସେଚନ ଦକ୍ଷତା ରେ ଉନ୍ନତି ଆଣିବା ସହ ଜଳ ଅପଚୟ ହ୍ରାସ କରିବେ ବୋଲି ଆଶା କରାଯାଉଛି।ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବରଗଡ଼ ମୁଖ୍ୟ କେନାଲ ଓ ସାସନ ମୁଖ୍ୟ କେନାଲର ପୁନରୁଦ୍ଧାର ଉପରେ ଏହି ପ୍ରକଳ୍ପ ଗୁରୁତ୍ୱ ଦେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ କେନାଲ ବ୍ୟତୀତ ବିଭିନ୍ନ କେନାଲଗୁଡ଼ିକୁ ମଧ୍ୟ ମରାମତି କରାଯାଇ ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯିବ, ଯାହା ଦ୍ୱାରା ସମଗ୍ର ନେଟୱର୍କରେ ସୁରୁଖୁରୁରେ ଜଳ ପ୍ରବାହ ସୁନିଶ୍ଚିତ ହେବ । ମାଟି ମୂଳରେ ସୃଷ୍ଟି ହୋଇଥିବା କେନାଲ ବ୍ୟବସ୍ଥାର ସମସ୍ତ ଜଳ ପଥକୁ କଂକ୍ରିଟ ପଥରେ ପରିଣତ କରାଯାଇ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରାଯିବ। Post navigation ବର୍ଷାରେ ଭାଙ୍ଗିଲା ଦୁର୍ଗାପୂଜା ତୋରଣ ପାକିସ୍ତାନର କରାଚିରେ ବିସ୍ଫୋରଣ