ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ। ଭୁବନେଶ୍ଵର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ନିକଟରେ ଏହି ଟର୍ମିନାଲ ନିର୍ମାଣ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରର ସମୀକ୍ଷା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଏବେ ଭୁବନେଶ୍ୱର ବିମାନବନ୍ଦର ଦେଶର ୨୦ଟି ସହରକୁ ବିଦେଶର ୪ଟି ସ୍ଥାନ ସହ ସଂଯୋଗ କରୁଛି। ଭୁବନେଶ୍ୱରରେ ବର୍ତ୍ତମାନ ଟର୍ମିନାଲର କ୍ଷମତା ୪୦ରୁ ୫୦ ଲକ୍ଷ ରହିଛି। ଆସନ୍ତା ବର୍ଷ ମଧ୍ୟରେ ଏହା ୮୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ଦୁଇ ବର୍ଷ ମଧ୍ୟରେ ନୂତନ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ଖୁବଶୀଘ୍ର ଏକ ମାସ ମଧ୍ୟରେ ରନୱେ ସିଏଟି-୨ ଲାଇଟ୍ କାମ ଶେଷ ହେବ। ଚାଲିଥିବା ଅନ୍ୟ ଛୋଟ ଛୋଟ କାମ ମଧ୍ୟ ଶେଷ ହେବ। ଓଡ଼ିଶାର ରାଜଧାନୀରେ ଏହି ବିମାନବନ୍ଦର ଅଛି ଯାହା ଧୀରେ ଧୀରେ ବିସ୍ତାର ହେଉଛି । ଆଗାମୀ ୧୦ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ନୂଆ ଟର୍ମିନାଲ ନିର୍ମାଣ ପରେ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହେବ।

ଏବେ ଏହି ବିମାନବନ୍ଦର ଦେଶର ୨୦ଟି ସହରକୁ ସଂଯୋଗ କରୁଛି। ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ସଂଯୋଗ କରିବାକୁ ଦାବି ହେଉଛି। ଏ ନେଇ ମନ୍ତ୍ରଣାଳୟ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *