ଭଦ୍ରକରେ ୩ ଦିନ ପରେ କଟକଣା କୋହଳ ହୋଇଛି। ଧାମନଗର ଓ ଦୋବଲରେ କଟକଣା କୋହଳ କରାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଲାଗିରହିଲା ବେଳେ ଏବେ ସକାଳ ୬ଟାରୁ ରାତି ୮ଟା ଯାଏ ଦୋକାନ ଖୋଲିବ। ହେଲେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଲାଗି ରହିଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ୨ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏଥିସହ ଦୁବୃତ୍ତମାନେ ତହସିଲଦାରଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଭଦ୍ରକରେ ୧୬୩ ଧାରା ଲାଗୁ ହୋଇଥିଲା। Post navigation ଭରତପୁର କାଣ୍ଡ; ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ