ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଅକ୍ଟୋବରରୁ ଓଡ଼ିଶାର ରାସନ କାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ। ଏ ନେଇ କେନ୍ଦ୍ର ସରକାର ଓଡ଼ିଶା ସମେତ ୯ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ଚିଠି ଅନୁଯାୟୀ, ମନ୍ତ୍ରୀମାନଙ୍କର ଏକ କମିଟି ଗହମ-ଚାଉଳ ଅନୁପାତ ସଂଶୋଧନ କରିବା ସହ ଗହମ ଆବଣ୍ଟନକୁ ୩୫ ଏଲଏମଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ୯ଟି ରାଜ୍ୟ ଯଥା ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏନ୍ଏଫ୍ଏସ୍ଏ/ ପିଏମଜିକେଏୱାଇ ଅଧୀନରେ ଚାଉଳ ଓ ଗହମ ଆବଣ୍ଟନ ସଂଶୋଧନ କରାଯାଇଛି।

ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ବଣ୍ଟନରେ ଖାଦ୍ୟ ସବସିଡି, ଆନ୍ତଃରାଜ୍ୟ ପରିବହନ ଏବଂ ଡିଲରଙ୍କ ମାର୍ଜିନ୍ ସାମିଲ ଥିବା ବେଳେ ଖର୍ଚ୍ଚ ବଣ୍ଟନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ କୋଟାର ୨୦% ବଦଳରେ ଗହମ ଯୋଗାଇ ଦେବାକୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *