ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ ନେଇ ନିକଟରେ ଖବର ପ୍ରକାଶ ପରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନରେ ମାନ ଯାଞ୍ଚ ପାଇଁ ଫୁଡ୍‌ ଅଫିସର ନିଯୁକ୍ତ ହେବେ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଫୁଡ୍‌ ଅଫିସର ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ। ଫୁଡ୍‌ ଅଫିସର ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *