ଦଶହରା ବୋନସ ଓ ମାସକର ଦରମା ପ୍ରଦାନ ଦାବିରେ ଗତକାଲିଠୁ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଆବର୍ଜନା ଗଦା ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। କାଜୁଆଲଟିରୁ ଅନ୍ୟ ଇର୍ମଜେନ୍ସି ବିଭାଗ ଯାଏ ଅଳିଆ ପଡ଼ିବା ଫଳରେ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ କର୍ମଚାରୀ ଜିଦରେ ଅଟଳ ରହିଛନ୍ତି ।

Leave a Reply

Your email address will not be published. Required fields are marked *