ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ ରାୟ, ସୌରଭ ଭରଦ୍ୱାଜ ଓ କୈଳାଶ ଗେହଲଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ନିଜ କ୍ୟାବିନେଟରେ ବିଭାଗ ବଣ୍ଟନ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ନିଜ ପାଖରେ ଶିକ୍ଷା ଓ ଅର୍ଥ ସମେତ ୧୩ଟି ବିଭାଗ ରଖିଛନ୍ତି। ଏହା ସହ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ୮ଟି ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିଭଳି ଗୋପାଳ ରାୟଙ୍କୁ ୩ଟି ବିଭାଗ ଏବଂ କୈଳାଶ ଗେହଲୋଟଙ୍କୁ ୫ଟି ବିଭାଗ ଦିଆଯାଇଛି। ଇମ୍ରାନ ହୁସେନଙ୍କୁ ୨ଟି ଓ ମୁକେଶ ଅହଲୱାଟଙ୍କୁ ୫ ଟି ବିଭାଗର ଦାୟିତ୍ୱ ଦିଆଯାଇଛି

ସୂଚନଯୋଗ୍ୟ; ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପୂର୍ବରୁ ବସିଥିବା ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା।

 

Leave a Reply

Your email address will not be published. Required fields are marked *