ସେନା ମେଜର ଗୁରବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ସେଦିନ ରାତିରେ କିଭଳି ଉତ୍ପାତ କରିଥିଲେ ରୋଡ୍ ରୋମିଓ ।  ସେହି ଦିନର ଘଟଣାକୁ ନେଇ ଗିରଫ କରିଥିବା ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରେଏସନ୍ କଲା ଚନ୍ଦକା ପୋଲିସ। ଏହା ସହ ଫେରାର୍ ଥିବା ଆହୁରି ୩/୪ ଯୁବକଙ୍କୁ ଖୋଜୁଛି ପୋଲିସ ।

ଅନ୍ୟପଟେ ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କ ସହ ରୋଡ୍ ରୋମିଓ କରିଥିବା ଦୁର୍ବ୍ୟବହାର କରିଥିବା ରାତିରେ ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଯୁବକଙ୍କ ସହ ମେଜର ଓ ତାଙ୍କ ବନ୍ଧବୀଙ୍କ ମଧ୍ୟରେ କଥା କଟାକଟି, ଧସ୍ତାଧସ୍ତି ଓ ମାରପିଟ୍ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରୋଡ୍  ରୋମିଓ ମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *