ଆସନ୍ତା ୨୧ରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ୩ ଦିନ ପର୍ଯ୍ୟନ୍ତ ବୈଷୟିକ ସର୍ଭେ ହେବ। ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବା ନେଇ ଜଣାପଡିଛି। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆନନ୍ଦ ବଜାରରରୁ ମହାପ୍ରସାଦ କିଣିପାରିବେ। ଏଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟାଘାତ ହେବ ନାହିଁ। ଗତ ୧୮ରେ ଏନଜିଆରଆଇ ଓ ଏଏସଆଇ ପକ୍ଷରୁ ସର୍ଭେ ହୋଇଥିଲା। ୨୪ ସୁଦ୍ଧା ରତ୍ନଭଣ୍ଡାରର ବାକିଥିବା ସର୍ଭେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଚିଠି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *