ଆସନ୍ତା ୨୩ ତାରିଖ ସୋମବାର ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ନିମନ୍ତେ ପଞ୍ଜିକରଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାକୁ ଥିବା ଜନସାଧାରଣଙ୍କ ପାଇଁ ଗୁରୁବାରଠାରୁ ଜନ ଶୁଣାଣି ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି। ପଞ୍ଜିକୃତ ସର୍ବାଧିକ ୧ହଜାର ଦରଖାସ୍ତକାରୀ ସେହିଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଜର ଅଭିଯୋଗ ଜଣାଇପାରିବେ। ଭୁବନେଶ୍ୱର ୟୁନିଟ୍‌-୫ ସ୍ଥିତ ଭିଆଇଆଇଆଇଏମଆର-୪ ଠାରେ ୧୧ଟାରୁ ହେବ ଜନଶୁଣାଣି । ଏଥିପାଇଁ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ଜନଶୁଣାଣି ପୋର୍ଟାଲ janasunani.odisha.gov.in ଏବଂ ଜନଶୁଣାଣି ମୋବାଇଲ ଆପ୍‌ରେ ଅଭିଯୋଗକାରୀମାନେ ପଞ୍ଜୀକରଣ କରିପାରିବେ । ଆବେଦନକାରୀ ପଞ୍ଜିକୃତ ପ୍ରାପ୍ତି ସ୍ଵୀକାରପତ୍ର ଏବଂ ପରିଚୟପତ୍ର ଧରି ସେଠାରେ ଉପସ୍ଥିତ ରହିବାକୁ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *