ଭରତପୁର ଥାନାରେ ସେନା ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୁଲିସ ମାଡ଼ ଘଟଣାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜାଣିବା ପାଇଁ ଡିଜିପିଙ୍କୁ ନୋଟିସ କଲେ ଜାତୀୟ ମହିଳା କମିଶନ। ମାମଲାକୁ ନିଜ ତରଫରୁ ଗ୍ରହଣ କରି ନୋଟିସ ଜାରି କଲେ କମିସନ। କଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ମଧ୍ୟରେ ଜଣାଇବାକୁ ନୋଟିସ।
ସୂଚନଯୋଗ୍ୟ: ଶନିବାର ବିଳମ୍ୱିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ଅକଥନୀୟ ନିର୍ଯାତନା ହେଇଥିଲା। ମେଜର ଗୁରୁବନ୍ତଙ୍କୁ ରାତିତମାମ ପୁଲିସ ହାଜତରେ ରଖି ପିଟିଥିଲା। ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ ମାରିବା ସହ ଲହୁଲୁହାଣ କରାଯାଇଥିବା ସହ ଗିରଫ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଇଆଇସିଙ୍କ ସମତେ ୫ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ଅନ୍ୟପଟେ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାର୍ପିଟ କରାଯାଇଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।