ସୁଭଦ୍ରା ଯୋଜନା ଆବେଦନକରୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ଆବେଦନା କରିଥିବା ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି । ଆକାଉଣ୍ଟ ସଠିକ୍ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ । ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି ଏବେ ଆଉ ପେଣ୍ଡିଂ ନାହିଁ । ସୂଚନଯୋଗ୍ୟ; ଗତକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା ମିଳିଛି । ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଛି। ସେପଟେ ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନ କରିସାରିଲେଣି ୭୪ ଲକ୍ଷରୁ ଅଧିକ ମହିଳା। Post navigation ୱାନ୍ ନେସନ୍ ୱାନ୍ ପୋଲ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ